ଗୃହରେ ସୁଖଶାନ୍ତିର ବାତାବରଣ ପାଇଁ ଆପଣାନ୍ତୁ ଏହି ଉପାୟ

ଗୃହରେ ତଥା ନିଜ ଜୀବନରେ ସୁଖଶାନ୍ତି ପାଇଁ ନିଜର ପ୍ରଗତି ପାଇଁ ଲୋକେ ବହୁ ପ୍ରକାର ଚେଷ୍ଟା କରିଥାଆନ୍ତି। ମାତ୍ର ଆମ ଅଜାଣତରେ ହେଉଥିବା କେତେକ ଭୁଲ କାରଣରୁ ଜୀବନରେ ସମସ୍ୟା ଲାଗି ରହିଥାଏ। କିଛି ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା ଯାହା ଦ୍ୱାରା ଆମ ଜୀବନରେ ସୁଖଶାନ୍ତି ,ହସଖୁସି ବାତାବରଣ ରହିବ….
ସକାଳ ସମୟରେ ୬ ରୁ ୮ ମଧ୍ୟରେ ଭୂମି ଉପରେ ଆସନ ବିଛାଇ ସେଥିରେ ଠିଆ ହୋଇ କିମ୍ବା ବସି ପୂର୍ବ ଦିଗକୁ ମୁଖ କରି ଠାକୁରଙ୍କ ପୂଜାର୍ଚ୍ଚନା କରିବା ଉଚିତ।
ଗୃହରେ ସମ୍ପନ୍ନତା ଆଣିବାକୁ ହେଲେ ଠାକୁର ଘରର ଐଶାନ୍ୟ କୋଣରେ ଏକ କଳସରେ ଜଳ ଭରି ସର୍ବଦା ରଖନ୍ତୁ।
ଝାଡ଼ୁକୁ ଘରର ଏକ କୋଣରେ ରଖନ୍ତୁ। ଏହାକୁ ଠିଆ କରି ରଖନ୍ତୁ ନାହିଁ। ଏହାକୁ ଗୋଡ଼ରେ ମାରନ୍ତୁ ନାହିଁ କିମ୍ବା ଏହାକୁ ଡ଼େଉଁ ଯାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଧୂପ, ଆଳତୀ, ଦୀପ କୌଣସି ପୂଜା ସାମଗ୍ରୀକୁ ପାଟିରେ ଫୁଙ୍କି ଲିଭାନ୍ତୁ ନାହିଁ।
ଘରର ମୁଖ୍ୟ ଦ୍ୱାରରେ ମୁଖ୍ୟ ପାଶ୍ୱର୍ରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରଖି ତାହା ନିକଟରେ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ।
ଏଣେତେଣେ ଜୋତା କିମ୍ବା ଚପଲକୁ ଓଲଟାଇ ପକାନ୍ତୁ ନାହିଁ। ଜୋତା, ଚପଲ ଏଣେ ତେଣେ ପଡ଼ିବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।
ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ।
ରାତ୍ରିରେ ଶୋଇବା ପୂର୍ବରୁ ନିଜର ଇଷ୍ଟଦେବତାଙ୍କୁ ସ୍ମରଣ କରି ଶୋଇବା ଉଚିତ।
ଅଇଁଠା ବାସନକୁ ବେସିନରେ ଅଧିକ ସମୟ ପକାଇ ରଖନ୍ତୁ ନାହିଁ।

Comments are closed.