ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ମୃତିକା ପ୍ରେରଣ

ବୋଲଗଡ : ମାନ୍ୟବର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି। ଅଗଷ୍ଟ ୫ତାରିଖକୁ ରାମମନ୍ଦିର ଟ୍ରଷ୍ଟ ଭୂମି ପୂଜନ ପାଇଁ ତାରିଖ ସ୍ଥିର କରିଥିବାବେଳେ ଅନୁକୁଳ ପାଇଁ ସାରା ବିଶ୍ୱରୁ ମୃତିକା, ପବିତ୍ର ଜଳ ସଂଗ୍ରହ କରି ଭୂମି ପୂଜନ ସ୍ଥାନରେ ସ୍ଥାପନ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୋଲଗଡ ବ୍ଲକ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବୋଲଗଡ ଉପକଣ୍ଠରେ ଥିବା ମା’ ଭୂୟାଣୀଙ୍କ ପୀଠରୁ ବିଧିବଦ୍ଧ ଭାବେ ପୂଜା ଅର୍ଚ୍ଚନା କରାଯାଇ ମୃତିକା ସଂଗ୍ରହ କରାଯାଇଥିଲା। ବୋଲଗଡ ପ୍ରଖଣ୍ଡର ସଭ୍ୟ ଇତେଶ କୁମାର ବେହେରାଙ୍କ ନେତୃତ୍ୱରେ ସମ୍ବିତ କେଦାର କର ,ସିପ୍ରତ କୁମାର ସାହୁ, ଶୁଭ୍ରାଶୁଂ ଶେଖର ସିଂହଙ୍କ ସହିତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଥିଲେ। ପରିଶେଷରେ ବିଶ୍ୱହିନ୍ଦୁ ପରିଷଦ ଅଯୋଧ୍ୟା କାର୍ଯ୍ୟାଳୟକୁ ଭାରତୀୟ ଡାକସେବା ଯୋଗେ ଏହି ମୂର୍ତ୍ତିକାକୁ ପ୍ରେରଣ କରାଯାଇଛି।

Comments are closed.