ପରଲୋକରେ ହଲିଉଡ଼ କଳାକାର ‘କାର୍ମାଇନ୍‍ କାରିଡ଼ି’

ନୂଆଦିଲ୍ଲୀ : ହଲିଉଡ଼ କଳାକାର ‘କାର୍ମାଇନ୍‍ କାରିଡ଼ି’ଙ୍କର ମଙ୍ଗଳବାର ଏକ ଡ଼ାକ୍ତରରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ସେ ଏକ ସପ୍ତାହ ପୂର୍ବରୁ ନିମୋନିଆରେ ପୀଡ଼ିତ ଥିଲେ। କାର୍ମାଇନ୍‍ ପ୍ରଥମେ କୋମାରେ ରହିଥିଲେ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କାର୍ମାଇନ୍‍ କାରିଡ଼ି ହଲିଉଡ଼ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ। ସେ ଦର୍ଶକମାନଙ୍କ ନିମନ୍ତେ ଅନେକ ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେ ହଲିଉଡ଼ ସିନେମା ଗଡ଼ଫାଦର-୨ରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ଗଡ଼ଫାଦର-୨ରେ କାରମାଥନ୍ ରୋଶାଟୋ ଚରିତ୍ରରେ ଅଭିନୟ କରିଥିଲେ। ଯାହା ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। କାର୍ମାଇନ୍‍ ଗଡ଼ଫାଦର-୨ ବ୍ୟତୀତ ଗଡ଼ଫାଦର-୩ରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଥିଲେ। ସେ ଗଡ଼ଫାଦର ଦ୍ବିତୀୟ ଭାଗ ବ୍ୟତୀତ ଫେଲିସ୍, ଟ୍ୟାକ୍ସି, ଏନୱାଇପିଡ଼ି ବ୍ଲୁ,, ଷ୍ଟାସ୍କ୍ରି ଆଣ୍ଡ ହଚ୍ ଏବଂ ଫେମ୍ ପରି ବହୁ ହଲିଉଡ଼୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ମୃତ୍ୟୁରେ ହଲିଉଡ଼୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

Comments are closed.