ହକି ପାଇଁ ଦୁଇଦିନ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

0

ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ଅନ୍ୟ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ଘ୧:୩୦ ମିନିଟ ଠାରୁ ବନ୍ଦ ରହିବ। ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ନଭେମ୍ବର ୨୭ ତାରିଖ ଦିନ ମଧ୍ୟ ଅପରାହ୍ନ ଘ୧:୩୦ ମିନିଟ ଠାରୁ ବନ୍ଦ ରହିବ।
ନଭେମ୍ବର ୨୮ ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ଘ ୧:୩୦ମିନିଟ ଠାରୁ ବନ୍ଦ ରହିବ।

Comments
Loading...