ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ୩ ଜିଲାରେ ସ୍କୁଲ ଛୁଟି ଘୋଷଣା

ଶିମଲା: ହିମାଚଳ ପ୍ରଦେଶରେ ମୂଷଳଧାରା ବର୍ଷା ଯୋଗୁଁ ସୋମବାର ଶିମଲା, ସିରମୌର ଏବଂ କୁଲ୍ଲୁର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ୩ଟି ଜିଲାର ଉପଜିଲାପାଳ ଏହି ଆଦେଶ ଜାରି କରିଛନ୍ତି । ଏହା ସହ ନଦୀ ନାଳ ନିକଟକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ବନ୍ୟାଜଳରେ ଭାସି ଯାଇଛନ୍ତି । ରାଜ୍ୟରେ କେତେକ ସ୍ଥାନରେ ରାସ୍ତା ଧସି ଯାଇଥିବା ବେଳେ ପୋଲ ଭୁଶୁଡି ପଡିଛି । ପାଞ୍ଚଟି ଜାତୀୟ ରାଜପଥ ସମେତ ୩୫୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ଭୂସ୍ଖଳନ ଯୋଗୁଁ କାଲକା ଶିମଲା ହେରିଟେଜ ଟ୍ରାକ୍ ବନ୍ଦ କରି ଦିଆଯାଇଛି । ଏହା ସହ ସମସ୍ତ ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି ।

Comments are closed.