ଖୋର୍ଦ୍ଧା, ବାଲେଶ୍ବର ଜିଲା ସରକାରୀ କର୍ମଚାରୀଙ୍କ ମଙ୍ଗଳବାର ସ୍ଥାନୀୟ ଛୁଟି

ଭୁବନେଶ୍ବର : ଖୋର୍ଦ୍ଧା ଓ ବାଲେଶ୍ବର ଜିଲାରେ ଶେଷ ରଜ ପାଇଁ ରାଜ୍ୟ ସରକାର ମଙ୍ଗଳବାର ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି।
ଫଳରେ ଏହି ଦୁଇ ଜିଲାର ସରକାରୀ କର୍ମଚାରୀଙ୍କୁ ଦ୍ବିତୀୟ ଶନିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଲଗାତାର ୪ଦିନ ଛୁଟି ମିଳିବ। ରଜ ସଂକ୍ରାନ୍ତି ପାଇଁ ସୋମବାର ଗୋଟିଏ ଦିନ ସରକାରୀ ଛୁଟି ଥିବାବେଳେ ଦ୍ବିତୀୟ ଶନିବାର ଓ ରବିବାରକୁ ମିଶାଇ ୨୮ଟି ଜିଲାର ସରକାରୀ କର୍ମଚାରୀ ଏକକାଳୀନ ୩ ଦିନ ଛୁଟି ପାଇବେ।

Comments are closed.