ରାଶି ଅନୁଯାୟୀ ଖେଳନ୍ତୁ ରଙ୍ଗ ; ମିଳିବ ଶୁଭଫଳ

ଚଳିତ ବର୍ଷ ମାର୍ଚ୍ଚ ୧୯ରେ ହୋଲି। ତେବେ ହୋଲି ଦିନ ରାଶି ଅନୁଯାୟୀ, ରଙ୍ଗ ଚୟନ କରି ଖେଳିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ମେଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳା ଲାଲ ଓ ହଳଦିଆ ରଙ୍ଗ ଖେଳି ହୋଲି ପର୍ବକୁ ପାଳନ କରନ୍ତୁ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆପଣଙ୍କ ଜୀବନରେ ପ୍ରେମ ଓ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
ବୃଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧି ନାରଙ୍ଗୀ ଓ ବାଇଗଣୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଧନ,ଯଶ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସୁନେଲି, ହଳଦିଆ, ଲାଲ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହେବା ସହ ଅନ୍ୟମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ଓ ହାଲକା ଗୋଲାପି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ମେରୁନ, ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ହଳଦିଆ ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିବା ସହ ଜୀବନର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମକର ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ନୀଳ, କଳା ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ କଳା, ବାଇଗଣୀ, ଲାଲ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା କଠିନ ସମସ୍ୟାରୁ ମଧ୍ୟ ଆପଣ ସହଜରେ ମୁକ୍ତି ପାଇପାରିବେ।
ମୀନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରାଶିର ବ୍ୟକ୍ତି ଶିବଲିଙ୍ଗରେ ହଳଦିଆ ରଙ୍ଗ ଅର୍ପଣ କରିବା ପରେ ହୋଲି ଖେଳିବା ଶୁଭ ଦାୟକ। ଏପରି କରିବା ଦ୍ୱାରା ଧନ ଓଐଶ୍ୱର୍ୟ୍ୟ ପ୍ରାପ୍ତି ହୋଇଥାଏ।

Comments are closed.