ରାଜଧାନୀରେ ହୋଲି ନେଇ କଡ଼ା କଟକଣା : ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

 

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହୋଲି ଖେଳ ନେଇ କଡ଼ାକଡ଼ି କଟକଣା ଜାରି କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ‘ବାହାରେ ନ ଖେଳି ନିଜ ପରିବାର ସହ ଘରେ ହୋଲି ଖେଳନ୍ତୁ। ବିଏମସିର ସମସ୍ତ କୋଭିଡ କଟକଣା ମାନିବାକୁ ଭୁବନେଶ୍ବରବାସୀଙ୍କୁ ସେ ଅନୁରୋଧ କରିଛନ୍ତି। ହୋଲି ପାଇଁ ଭୁବନେଶ୍ବରରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି କହିଛନ୍ତି। ବିଭିନ୍ନ ଛକ ଓ ଗାଧୁଆ ତୁଠରେ ପୋଲିସର ନଜର ରହିବ।  ୨୦ଟି ପିସିଆର ପାଟ୍ରୋଲିଂ କରିବ, ଷ୍ଟ୍ରାଇକିଂ ଫୋର୍ସ ମୃତୟନ ହେବେ। କଟକଣା ନମାନିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି।

Comments are closed.