ହକି ବିଶ୍ୱକପ : ମୁଖ୍ୟଶାସନ ସଚିବ ଓ ରାଜ୍ୟ ଉଚ୍ଚ ପଦାଧିକାରୀଙ୍କ ବିଜୁପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ

ରାଉରକେଲା : ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ୨୦୨୩ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତିଆରମ୍ଭ ହୋଇଛି। ମୁଖ୍ୟଶାସନ ସଚିବ ଓ ରାଜ୍ୟ ଉଚ୍ଚ ପଦାଧିକାରୀଙ୍କ ବିଜୁପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। । ଆଜି କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ,ରାଜ୍ୟ କ୍ରୀଡା ବିଭାଗର ସଚିବ ବିଶାଳ ଦେ. ନିର୍ଦେଶକ ଭିନୀଲ କ୍ରିଷ୍ଣା, ବରିଷ୍ଠ ଆଇଏଏସ ସଞ୍ଜୟ ସିଂ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଷ୍ଟାଡିୟମରେ ବୈଷୟିକ ବ୍ୟବସ୍ଥା ଅନୁଧ୍ୟାନ କରୁଥିବା ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ଓ ତାଙ୍କର ଟିମ ସହିତ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ହକି ଇଣ୍ଡିଆ ସହିତ ଆଲୋଚନା କରାଯାଇଛି।