ପୁରୁଷ ହକି ବିଶ୍ଵକପ୍ : ୩-୨ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସେମିରେ ଇଂଲଣ୍ଡ

0

ଭୁବନେଶ୍ଵର : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ର ୨୯ତମ ମ୍ୟାଚରେ ବୁଧବାର ଇଂଲଣ୍ଡ ଆର୍ଜେଣ୍ଟିନାକୁ ୩-୨ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ଡିସେମ୍ବର ୧୫ରେ ଜର୍ମାନୀ ଓ ବେଲଜିୟମ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ। କଳିଙ୍ଗ ଷ୍ଟାଡିୟମରେ ଉଭୟ ଇଂଲଣ୍ଡ ଏବଂ ଆର୍ଜେଣ୍ଟନିା ମଧ୍ୟରେ ବୁଧବାର ଏକ ସଂଘଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଛି। ଆଜି ରାତି ୭ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ବିଶ୍ୱକପ୍‌ର ୨୯ତମ ମ୍ୟାଚ୍ ଖେଳାଯିବ।

Leave A Reply