ହକି ବିଶ୍ବକପ୍: ସାମାଜିକ ଗଣମାଧ୍ୟମରେ ପ୍ରତିଯୋଗିତା

0

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ହକି ବିଶ୍ୱକପର ପ୍ରଚାର ପ୍ରସାର କରିବା ନେଇ ଗୋଟିଏ ପରେ ଗୋଟିଏ ପନ୍ଥା ଆପଣାଇବାରେ ଲାଗିଛନ୍ତି। ହକି ପ୍ରଂଶସକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ସାମାଜିକ ଗଣମାଧ୍ୟମର ସହାୟତା ନିଆଯାଇଛି। ଏଥିପାଇଁ ଶନିବାରଠାରୁ ସାମାଜିକ ଗଣମାଧ୍ୟମରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଭାରତୀୟ ହକି ଦଳର ଗୋଲକିପର ପି.ଆର. ଶ୍ରୀଜେଶ ହକି ଷ୍ଟିକ୍‍ରେ ଦସ୍ତଖତ କରିବା ସହିତ ସାମାଜିକ ଗଣମାଧ୍ୟମରେ ଅପ୍‍ଲୋଡ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବିଜେତା ପ୍ରଶଂସକଙ୍କୁ ଭାରତୀୟ ହକି ଦଳର ଖେଳାଳିଙ୍କ ଦସ୍ତଖତ ଥିବା ଷ୍ଟିକ୍‍ ପ୍ରଦାନ କରାଯିବ। ସାମାଜି ଗଣମାଧ୍ୟମ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରଶଂସକଙ୍କ ନାମ ଓ ଫଟୋ ନଭେମ୍ବର ୨୮ରେ ହକି ବିଶ୍ୱକପ ଭୁବନେଶ୍ୱର-୨୦୧୮ ଅଫିସିଆଲ ସାଇଟ୍‍ରେ ଅପ୍‍ଲୋଡ କରାଯିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply