ଭାରତର ହକି ବିଶ୍ୱକପ ଆଶା ଧୂଳିସାତ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ନେଦରଲ୍ୟାଣ୍ଡ ୨-୧ ଗୋଲରେ ଆୟୋଜକ ଭାରତକୁ ପରାସ୍ତ କରିଛି। ପ୍ରଥମ କ୍ୱାଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା। ନେଦରଲ୍ୟାଣ୍ଡ ପରେ ପେନାଲଟି ମାଧ୍ୟମରେ ଦ୍ୱିତୀୟ ଗୋଲ ହାସଲ କରିଥିଲା। ଭାରତ ନିଜର ସ୍ଥିତି ସୁଦୃଢ କରିବାକୁ ଚାହୁଁଥିଲେ ମଧ୍ୟ ଫେରିପାରି ନଥିଲା।
ଏହି ପରାଜୟରେ କଳିଙ୍ଗ ଷ୍ଟାଡିୟମରେ ଥିବା ଦର୍ଶକଙ୍କ ମଧ୍ୟରେ ଏକ ଦୁଃଖର ପରିବେଶ ସୃଷ୍ଟି ହୋଇଥିଲା। ନେଦରଲ୍ୟାଣ୍ଡ ଏହି ମ୍ୟାଚ ଜିତି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।

Leave A Reply