ପୁରୁଷ ହକି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ୨-୦ରେ ବିଜୟୀ

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ରେ ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରୁ ବିଦାୟ ନେଇଛି। ଏକତରଫା ମ୍ୟାଚରେ ଇଂଲଣ୍ଡ ୨ ଗୋଲ ଦେଇ ଚଳିତ ବିଶ୍ୱକପ୍‌ର ୨୫ତମ ମ୍ୟାଚକୁ ଜିତିଛି। ସୋମବାରର ଦ୍ବିତୀୟ ମ୍ୟାଚ୍ ଚୀନ ଓ ଫ୍ରାନ୍ସ ମଧ୍ୟରେ ଆରମ୍ଭ ହୋଇ ସାରିଛି। ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୬ ଦିନ ପରେ ଶେଷ ହେବ।

Leave A Reply