ପ୍ରଥମ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ କାନାଡ଼ା

0

ଭୁବନେଶ୍ୱର : ରବିବାର ପୁଲ-ସିର ଦ୍ୱିତୀୟ ରାଉଣ୍ଡର ଦ୍ୱିତୀୟ ମ୍ୟାଚ ତଥା ପ୍ରତିଯୋଗିତାର ୧୦ତମ ମ୍ୟାଚ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଉଭୟ ଦଳ ଲାଗି ମ୍ୟାଚ ବେଶ ଗୁରୁତପୂର୍ଣ୍ଣ। ବିଜୟୀ ଦଳ କ୍ୱାର୍ଟର ଫାଇନାଲ ଦୌଡରେ ରହିବାବେଳେ ପରାଜିତ ଦଳ କ୍ରସ ଓଭର ପାଇଁ ଆଶା ରଖିବ। ଦକ୍ଷିଣଆଫ୍ରିକା ପ୍ରଥମ ମ୍ୟାଚରେ ଭାରତ ନିକଟରୁ ଶୋଚନୀୟ ୫-୦ ଗୋଲରେ ପରାଜିତ ହୋଇଥିଲା। ଦଳ ଦ୍ୱିତୀୟ ମ୍ୟାଚରେ କାନାଡ଼ା ବିପକ୍ଷରେ ଭଲ ପ୍ରଦର୍ଶନ ସହ ବିଜୟ ନେଇ ଲକ୍ଷ୍ୟ ରଖିଛି। ସେହିପରି ବେଲଜିୟମକୁ କଡ଼ା ଟକ୍କର ଦେଇଥିବା ଦେଇଥିବା କାନାଡ଼ା ମଧ୍ୟ ପ୍ରତିଯୋଗିତାରେ ପ୍ରଥମ ବିଜୟ ନେଇ ଆଶା ରଖିଛି। ପ୍ରଥମ ମ୍ୟାଚରେ ବେଲଜିୟମ ନିକଟରୁ ୨-୧ ଗୋଲରେ ପରାସ୍ତ ହୋଇଥିବା କାନାଡ଼ା ଦକ୍ଷିଣଆଫ୍ରିକାକୁ ପରାସ୍ତ କରିବା ନେଇ ଲକ୍ଷ୍ୟ ରଖିଛି। ଦଳ ମାର୍କ ପିୟରସନ ଗୋଟିଏ ଗୋଲ ଦେଇଥିଲେ। ଉଭୟ ଦଳର ପ୍ରଥମ ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣଆଫ୍ରିକା ବିପକ୍ଷରେ କାନାଡ଼ା ଫେଭରିଟ୍‍ ରହିଛି।

Leave A Reply