ହକି ବିଶ୍ୱକପ ଆଉ ୯୧ ଦିନ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୯୨ ଦିନ ପରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାର ଚତୁର୍ଦଶତମ ସଂସ୍କଣର ଆୟୋଜିତ ହେବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ରାଜ୍ୟ ସରକାର ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ଷ୍ଟାଡ଼ିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହକି କମ୍ପେ୍ଲକ୍ସର ଦୁଇ ଗ୍ରାଉଣ୍ଡ ସିନ୍ଥେଟିକ୍‍ ଟର୍ଫ ବିଛାଯିବା କାର୍ଯ୍ୟ ଶେଷ ହୋଇଥିବାବେଳେ ଷ୍ଟାଡ଼ିୟମ ଗ୍ୟାଲେରୀ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଷ୍ଟାଡ଼ିୟମରେ ପାର୍କିଂ, ପ୍ରବେଶ ପଥ ସଂପ୍ରସାରଣ, ଡ୍ରେନେଜ ବ୍ୟବସ୍ଥା କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ଉକ୍ତ କାର୍ଯ୍ୟକୁ ସେପ୍ଟେମ୍ବର ସୁଦ୍ଧା ଶେଷ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହକି ବିଶ୍ୱକପ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଥମ ଥର ଲାଗି ଫ୍ୟାନ ଜୋନ ବ୍ୟବସ୍ଥା କରାଯାଇଛି। ଟିକଟଧାରୀ ଦର୍ଶକ ୩ ନମ୍ବର ପ୍ରବେଶ ପଥ ନିକଟରେ ଫ୍ୟାନ ଜୋନ୍‍ରେ ସେମାନଙ୍କ ପ୍ରିୟ ହକି ତାରକାଙ୍କ ସହ କଥା ହେବାର ସୁଯୋଗ ପାଇବେ। ମ୍ୟାଚ ସମୟରେ ସ୍ୱତନ୍ତ୍ର ଭାବେ ଫୁଡ କୋର୍ଟ ଉପଲବ୍ଧ ହେବା ସହିତ ମ୍ୟୁଜିକ୍‍ ଉପଲବ୍ଧ ହେବ ବୋଲି କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି। ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି ଏବେ ସରକାରଙ୍କୁ ହୋଟେଲ ଚିନ୍ତା ଘାରିଛି। ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୧୬ଟି ଦଳର ଖେଳାଳି, ଅଫିସିଆଲଙ୍କ ସମେତ ବିଦେଶୀ ଦର୍ଶକଙ୍କ ମଧ୍ୟ ସମାଗମ ହେବ। ଏଥିପାଇଁ ପାଖାପାଖି ୩୦ ହଜାର ହୋଟେଲ ବୁକିଂ କରାଯିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱର, ପୁରୀ ଓ କଟକରେ ଉକ୍ତ ହୋଟେଲ ବୁକିଂ କରାଯିବା କାର୍ଯ୍ୟ ଚାଲିଛି। ପ୍ରତିଯୋଗିତାରେ ପାଖପାଖି ୧୫ ହଜାରରୁ ଊର୍ଦ୍ଧ୍ବ ବିଦେଶୀ ଦର୍ଶକଙ୍କ ସମାଗମ ହେବାର ଆଶା ରଖାଯାଇଛି। କିନ୍ତୁ ଏତେ ସଂଖ୍ୟକ ହୋଟେଲ ଏବେ ଚିନ୍ତାର କାରଣ ହୋଇଛି। ୩ଟି ସହରରେ ସେଳଭି ଉନ୍ନତମାନର ହୋଟେଲ ନଥିବାରୁ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। କ୍ରୀଡ଼ା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ଓ ପୁରୀରେ ୧୫ ହଜାର ହୋଟେଲ ରୁମ୍‍ ବୁକିଂ କରାଯାଇଥିବାବେଳେ ଆହୁରୀ ୧୫ ହଜାର ହୋଟେଲ ରୁମ୍‍ ବୁକିଂ କରାଯିବ। ୩ଟି ସହରରେ ସେଭଳି ଯଥେଷ୍ଟ ଭଲ ହୋଟେଲ ନଥିବାରୁ ଆଉ ମାତ୍ର ୩ ମାସ ରହିଥିବାବେଳେ କିଭଳି ହୋଟେଲ ପ୍ରସ୍ତୁତ କରାଯିବ ତାହା ଏବେ ବଡ ସମସ୍ୟା ମୁଣ୍ଡ ଟେକିଛି। ଏ ସମ୍ପର୍କରେ କ୍ରୀଡ଼ା ସଚିବ ବିଶାଳ ଦେବ କୁହନ୍ତି, ଖେଳାଳି, ଅଫିସିଆଲ ଓ କର୍ମକର୍ତ୍ତାଙ୍କ ସମେତ ବିଦେଶୀ ଦର୍ଶକଙ୍କ ଲାଗି ୩୦ ହଜାର ହୋଟେଲ ରୁମ୍‍ ବୁକିଂ କରାଯିବ। ଏଥିମଧ୍ୟରେ କଟକ, ଭୁବନେଶ୍ୱର ଓ ପୁରୀରେ ୧୫ ହଜାରରୁ ଊର୍ଦ୍ଧ୍ବ ହୋଟେଲ ରୁମ୍‍ ବୁକିଂ ସରିଛି। ଆବଶ୍ୟକ ହୋଟେଲ ବୁକିଂ କାର୍ଯ୍ୟ ତୁରନ୍ତ ଶେଷ ହେବ। ବିଦେଶୀ ଦର୍ଶକଙ୍କ ରହଣି ଲାଗି ହୋଟେଲ ଗୁଡ଼ିକରେ ମଧ୍ୟ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି।

Leave A Reply