ପୁରୁଷ ହକି ବିଶ୍ୱକପ ; ସ୍ପେନକୁ ୩-୪ ଗୋଲରେ ହରାଇଲା ଆର୍ଜେଣ୍ଟିନା

0

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। ବିଶ୍ୱକପର ତୃତୀୟ ମ୍ୟାଚ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ପୁଲ-ଏରେ ଥିବା ଏହି ଦୁଇଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଏହି ରୋମାଞ୍ଚକର ମ୍ୟାଚରେ ଆର୍ଜେଣ୍ଟିନା ୪-୩ରେ ବିଜୟଲାଭ କରିଛି।
ଖେଳର ପ୍ରଥମରେ ସ୍ପେନ ଆର୍ଜେଣ୍ଟିନା ବିପକ୍ଷରେ ପ୍ରଥମ ଗୋଲ ଦେଇଥିଲା, କିନ୍ତୁ କିଛି ସମୟପରେ ଆର୍ଜେଣ୍ଟିନା ଗୋଲ ଦେଇ ସମାନ ସ୍ତରକୁ ନେଇ ଆସିଥିଲା। ସ୍ପେନ ଦଳର ଜୋସେଫ ରୋମେୟୁ ପୁଣି ଏକ ଗୋଲ ଦେଇ ଦଳକୁ ୨-୧ରେ ଆଗ୍ରଣୀ ରଖିଥିଲେ। ପରେ ଶେଷ କ୍ୱାଟରରେ ଆର୍ଜେଣ୍ଟିନା ଗୋଲ ଦେଇ ୪-୩ରେ ମ୍ୟାଚ ହାତେଇ ନେଇଥିଲା।

Leave A Reply