ହକି ବିଶ୍ବକପ ପାଇଁ ଡାକଟିକେଟ ଉନ୍ମୋଚନ

0

ଭୁବନେଶ୍ବର : ହକି ବିଶ୍ବକପ ପାଇଁ ଡାକଟିକେଟ ଉନ୍ମୋଚନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଛନ୍ତି। ମଙ୍ଗଳବାର ସଚିବାଳୟରେ ଡାକଟିକେଟ ଉନ୍ମୋଚନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋଟ ୫ଟି ଭିନ୍ନ ଭିନ୍ନ ଡାକଟିକେଟକୁ ଉନ୍ମୋଚନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟା ସମୟରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସନ୍ଧ୍ୟା ସମୟରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପର ଦ୍ବିତୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ସଙ୍ଗୀତ ନିର୍ଦେଶକ ଏ.ଆର.ରେହମାନ, ଅଭିନେତା ସଲମାନ ଖାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply