ପୁରୁଷ ହକି ବିଶ୍ୱକପ୍‌ : ୫-୧ ଗୋଲରେ ପାକିସ୍ତାନ ପରାସ୍ତ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ରେ ରବିବାର ଅନୁଷ୍ଠିତ ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସ୍‌ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ନେଦରଲାଣ୍ଡସ୍‌ ପ୍ରଥମେ ପାକିସ୍ତାନକୁ ଗୋଲ ଦେଇ ଅଗ୍ରଣୀ ଲାଭ କରିଥିଲା। କିଛି ସମୟ ପରେ ପାକିସ୍ତାନ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ନେଦରଲାଣ୍ଡସ୍‌ ୨-୧ ଗୋଲରେ ଅଗ୍ରଣୀ ଥିଲା। ଶେଷ କ୍ୱାର୍ଟରରେ ପାକିସ୍ତାନ ବିପକ୍ଷରେ ନେଦରଲାଣ୍ଡସ୍‌ ୨ଟି ଗୋଲ ଦେଇଥିଲା। ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ନେଦରଲାଣ୍ଡ ୩ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୬ ପଏଣ୍ଟ ହାସଲ କରିଛି। ତେବେ ପାକିସ୍ତାନ ୩ଟି ମ୍ୟାଚ ଖେଳି ୨ଟିରେ ପରାସ୍ତ ହୋଇ ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର’ କରି ୧ ପଏଣ୍ଟ ପାଇଛି।

Leave A Reply