ହକିର ବିକାଶ ପାଇଁ ସୁନ୍ଦରଗଡ଼ରେ ପ୍ରଶିକ୍ଷଣ କେନ୍ଦ୍ର ଲାଗି ଜୁଏଲ୍‍ଙ୍କ ନବୀନ ଓ ମୋଦୀଙ୍କୁ ଚିଠି

ରାଉରକେଲା : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ର ସାଂସଦ ଜୁଏଲ୍‍ ଓରାମ୍‍ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାର ହକିର ବିକାଶ ପାଇଁ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି। କିନ୍ତୁ ଏହା ହକିର ବିକାଶ ଦିଗରେ ପ୍ରତିବନ୍ଧକ ସାଜିବ ବୋଲି ସାଂସଦ ଶ୍ରୀ ଓରାମ୍‍ ଉଲ୍ଲେଖ
କରିଛନ୍ତି। ହକିର ବିକାଶ ପାଇଁ ସୁନ୍ଦରଗଡ଼ରେ ଏକ  ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.