ହକି ବିଶ୍ୱକପ୍‌ ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍‌

0

ମୁମ୍ବଇ.- ହକି ବିଶ୍ୱକପ ଆୟୋଜନ ପାଇଁ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି ।  ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହାର ଉଦ୍‌ଘାଟନୀ ମ୍ୟାଚରେ  ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ ଖାନ୍‌ ସାମିଲ ହେବେ ବୋଲି ସୂଚନା ମିଳିଛି । ଶାହାରୁଖ ନିଜର ଟ୍ୱିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ସେ  ଭାରତୀୟ ହକି ଦଳ ବିଶ୍ୱକପ ବିଜେତା କିପରି ହେବେ ସେଥିପାଇଁ ଟିମ୍‌ର ମନୋବଳ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ ବୋଲି ଟ୍ୱିଟ କରିଛନ୍ତି ।

ଶାହରୁଖ ଖାନ୍‌ ସାମିଲେ ହେଲେ ନିଶ୍ଚିତ ଭାବେ ଅଧିକ ହକି ପ୍ରେମୀ ଓ ଶାହରୁଖ ଖାନ୍‌ଙ୍କ ପ୍ରଶଂସକ ଖେଳ ଦେଖିବାକୁ ଆସିବେ  ବୋଲି  ଅନୁମାନ କରାଯାଉଛି । ଶାହାରୁଖ ନିଜର ସିନେମା ‘ଚକ ଦେ ଇଣ୍ଡିଆରେ’ ହକି ପ୍ରଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ । ଶାହାରୁଖ ନିଜ ଟ୍ୱିଟ୍‌ରେ  ସମସ୍ତଙ୍କୁ ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ନିବେଦନ କରିଛନ୍ତି । ସେ  ବିଶ୍ୱକପ୍‌ ହକି ମ୍ୟାଚରେ ସାମିଲ ହେଉଥିବାରୁ ବେଶ୍‌ ଆନନ୍ଦିତ ବୋଲି ଟ୍ୱିଟ କରିଛନ୍ତି ।

ହକିକୁ  ଶାହାରୁଖ ଖୁବ୍‌ ଭଲ ପାଆନ୍ତି ବୋଲି କହିଛନ୍ତି ।   ସେ ହକି ଖେଳ ଦେଖନ୍ତି । ଯୁବାବସ୍ଥାରେ ଏହାର ବଡ ପ୍ରଶଂସକ ଥିଲେ ବୋଲି ସୂଚନା ଦେଇଛନ୍ତି । ଭାରତରେ ହକି ବିଶ୍ୱ କପ୍‌ ଆୟୋଜିତ ହେଉଛି । ଭୁବନେଶ୍ୱରରେ ଏହି ମ୍ୟାଚ ଖେଳାଯିବ । ଏଥିରେ ସେ ଅଂଶ ଗ୍ରହଣ କରିବେ . ଏହା ତାଙ୍କ ପାଇଁ ଏକ ସମ୍ମାନ ବୋଲି ସେ ଉଲ୍ଲେଖ କରିଛନ୍ତି ।

ହକିର ଉଦ୍‌ଘାଟନୀ ମ୍ୟାଚରେ ଅନ୍ୟତମ ସୁପରଷ୍ଟାର ଅକ୍ଷୟ କୁମାର ସାମିଲ ହୋଇ ପାରନ୍ତି ବୋଲି , ସୂଚନା ମିଳିଛି । ହକି ବିଶ୍ୱ କପ୍‌ର ଟାଇଟେଲ ଗୀତକୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଏଆର୍ ରହମନ୍ ପ୍ରସ୍ତୁତ କରିଛନ୍ତି । ଏହାର ଉଦ୍ଘାଟନୀ ମ୍ୟାଚରେ ଏର୍ଆର୍ ରହମନ୍ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply