ଜାତୀୟ କନିଷ୍ଠ ପୁରୁଷ ହକି: ଓଡ଼ିଶାକୁ କାଂସ୍ୟ

କଟକ: ତାମିଲନାଡୁର କୋଭିପାଟ୍ଟିରେ ଆୟୋଜିତ ୧୧ତମ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଓଡ଼ିଶା ୩-୨ ଗୋଲରେ ହରିୟାଣା ହକିକୁ ପରାସ୍ତ କରିି କାଂସ୍ୟ ପଦକ ହାସଲ କରିଛି। ଓଡ଼ିଶା ପକ୍ଷରୁ ଖେଳର ୨୬ ମିନିଟ୍‌ରେ ଦୀପକ ମିଞ୍ଜ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ​‌େ​ଶଷ ସୁଦ୍ଧା ଓଡ଼ିଶା ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ତଥା ଖେଳର ୩୪ ମିନିଟ୍‌ରେ ହରିୟାଣା ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରି ନେଇଥିଲା। ୩୫ ମିନିଟ୍‌ରେ ହରିୟାଣା ଦ୍ବିତୀୟ ଗୋଲ ଦେଇ ୨-୧ରେ ଆଗୁଆ ହୋଇଥିଲା। ୪ର୍ଥ କ୍ବାର୍ଟର ତଥା ଖେଳର ୪୭ ମିନିଟ୍‌ରେ ସୁଶାନ୍ତ ଟପ୍ପୋ ଦ୍ବିତୀୟ ଓ ୪୯ ମିନିଟ୍‌ରେ ସୁଦୀପ୍‌ ଚିର୍‌ମାକୋ ତୃତୀୟ ଗୋଲ ଦେଇଥିଲେ। ସୁଦୀପ୍‌ ଚିର୍‌ମାକୋ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓଡ଼ିଶାର ଅମନଦୀପ୍‌ ଲାକ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ରକ୍ଷଣାଭାଗ ଖେଳାଳି ବିବେଚିତ ହୋଇଥିଲେ।

ଓଡ଼ିଶା ଶୁକ୍ରବାର ସେମିଫାଇନାଲରେ ଚଣ୍ଡିଗଡ଼ ନିକଟରୁ ପରାଜିତ ହୋଇଥିଲା। ଓଡ଼ିଶା ଦଳର ପ୍ରଶିକ୍ଷକ ଭାବେ ବିଜୟ କୁମାର ଲାକ୍ରା, ମ୍ୟାନେଜର ପିଟର ସୋରେଙ୍ଗ ଓ ଫିଜିଓ ଭାବେ ଡ. ଶୋଭେନ କୁମାର ଦାୟିତ୍ବ ତୁଲାଇଥିଲେ। ଓଡ଼ିଶା ଦଳର ଏହି ସଫଳତା ଲାଗି ହକି ଆସୋସିଏସନ ଅଫ ଓଡ଼ିଶା ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଲିମ୍ପିଆନ ଲାଜରୁସ ବାର୍ଲା, କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଜେନା ପ୍ରମୁଖ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.