ବିଶ୍ୱ କପ୍ ହକିରେ ଭାରତ ଓ ବେଲଜିୟମ ମ୍ୟାଚ ୨-୨ ଗୋଲରେ ଡ୍ର
ଭୁବନେଶ୍ୱର .- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ବିଶ୍ୱକପ୍ ହକିରେ ପୁଲ୍ ସି’ର ଭାରତ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଡ୍ର ହୋଇଯାଇଛି । ଏହି ମ୍ୟାଚରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ୍ କରିଥିଲେ ।
ବେଲଜିୟମ ପକ୍ଷରୁ ପ୍ରଥମ ଗୋଲ କରାଯାଇଥିଲା । ବେଲଜିୟମର ଆଲେକଜାଣ୍ଡାର ହେଣ୍ଡରିକ୍ସ ଏହି ଗୋଲ କରିଥିଲେ । ପରେ ଭାରତର ହରମନ୍ପ୍ରୀତ ସିଂ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ । ଏହାପରେ ଭାରତ ପକ୍ଷରୁ ସିମରନ୍ଜିତ୍ ସିଂ ଦ୍ୱିତୀୟ ଗୋଲ କରିଥିଲେ । ଏହାର କିଛି ସମୟ ପରେ ବେଲଜିୟମର ସିମନ ଗୋଉଗ୍ନାର୍ଡ ଦେଶ ପାଇଁ ଦ୍ୱିତୀୟ ଗୋଲ କରି ମ୍ୟାଚକୁ ଡ୍ର ସ୍ଥିତିକୁ ଆଣିଥିଲେ ।