୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ : ୨୦୨୩ମସିହାରେ ଆଗାମୀ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ୱକପର ଆୟୋଜନ ପାଇଁ ଭାରତକୁ ସୁଯୋଗ ଦିଆଯାଇଥିବା ଜଣାପଡିଛି । ଏନେଇ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (ଏଫଆଇଏଚ୍) ଘୋଷଣା କରିଛି । ଏହା ସହ ଭାରତର ଲଗାତାର ଦୁଇ ଥର ବିଶ୍ୱକପ ଟୁର୍ଣ୍ଣାମେଟ ଆୟୋଜନ କରିବର ପ୍ରଥମ ଦେଶ ହୋଇଛି । ୨୦୨୩ ମସିହା ଜାନୁଆରୀ ୧୩ରୁ ୨୯ମଧ୍ୟରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବ ।

ସେହିପରି ମହିଳା ହକି ବିଶ୍ୱକୁ ସ୍ପେନ ଏବଂ ନେଦରଲାଣ୍ଡ ମିଳିତଭାବେ ଆୟୋଜନ କରିବେ । ୨୦୨୨ ମସିହା ଜୁଲାଇ ୧ରୁ୧୭ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।

Comments are closed.