କଡ଼ା ସୁରକ୍ଷାରେ ନମାଜ ପାଠ କଲେ ପାକିସ୍ତାନ ଖେଳାଳି

0

ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳିବା ଲାଗି ଭୁବନେଶ୍ୱରରେ ଅବସ୍ଥାନ କରିଥିବା ପାକିସ୍ତାନ ଖେଳାଳିମାନେ ଶୁକ୍ରବାର ନାମାଜ ପାଠ କରିଛନ୍ତି। ଅପରାହ୍ଣ ୧ଟାରେ ଖେଳାଳିମାନଙ୍କୁ ହୋଟେଲ ସ୍ୱସ୍ତି ପ୍ରିମିୟମରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର ବସ୍‍ରେ ସୈନିକ ସ୍କୁଲ ନିକଟସ୍ଥ ମସଜିଦ୍‍କୁ ନିଆଯାଇଥିଲା। ଖେଳାଳି ଓ ଦଳର ଅନ୍ୟ ସଦସ୍ୟମାନେ ନମାଜ ପାଠ କରିଥିଲେ। ଏଥିରେ ଅଧିନାୟକ ମହମ୍ମଦ ରିଜୱାନା ସିନିୟରଙ୍କ ସମେତ ଆମଦ ସକିଲ ଭଟ୍ଟ , ଇମ୍ରାନ ଭଟ୍ଟ, ମାଜୁର ଆବାସ, ଆଲିମ ବିଲାଲ, ମୁବାଶର ଅଲ୍ଲୀ, ଏମ. ତର୍ସିକ ଆର୍ସଦ, ତାସୱାର ଆବାସ, ରସିଦ୍‍ ମୋହମୁଦଙ୍କ ସମେତ ଅନ୍ୟ ଖେଳାଳିମାନେ ରହିଥିଲେ। କମିଶନରେଟ୍‍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା।

Leave A Reply