ଆଣ୍ଟାର୍କଟିକାରେ ଭାରତ ପ୍ରଦର୍ଶନ କଲା ୭୫୦୦ ବର୍ଗଫୁଟର ଜାତୀୟ ପତାକା

ନୂଆଦିଲ୍ଲୀ: ବରଫାବୃତ ଆଣ୍ଟାର୍କଟିକାରେ ଭାରତର ଜାତୀୟ ପତାକା ପୂର୍ବରୁ ଉଡାଯାଇସାରିଛି । କିନ୍ତୁ ସଂପ୍ରତି ଏକ ଅଭିଯାତ୍ରୀଦଳ ସେଠାରେ ଯାହା କରିଦେଖାଇଛନ୍ତି ତାହା ଭାରତକୁ ଗର୍ବିତ କରିଛି । ଏପରିକି ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଏଭଳି ଏକ ଗୌରାବାବହ କାର୍ଯ୍ୟ ସେଠାରେ କରିପାରିଛି । ଦାର୍ଜିଲିଂସ୍ଥିତ ପର୍ବତାରୋହଣ ତାଲିମ ପ୍ରତିଷ୍ଠାନ (ଏଚଏମଆଇ)ର ଏକ ଅଭିଯାତ୍ରୀ ଦଳ ଆଣ୍ଟାର୍କଟିକାର ମାଉଣ୍ଟ ଭିନସନ ବେସ୍‍ ରେ ଏକ ବିଶାଳ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିଛନ୍ତି । ଏହା ୭୫୦୦ ବର୍ଗଫୁଟ ବୋଲି ଜଣାଯାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଏତେ ବିଶାଳକାୟ ଜାତୀୟ ପତାକାକୁ ଆଣ୍ଟାର୍କଟିକାରେ ପ୍ରଦର୍ଶନ କରିପାରିଛି । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି ବିଶାଳ ଜାତୀୟ ପତାକାକୁ ସେଠାରେ ପ୍ରଦର୍ଶିତ କରାଯାଇଥିବା ଜଣାଯାଇଛି।

Comments are closed.