ହିଜ୍‍ବୁଲ୍‍ ମୁଜାହିଦ୍ଦିନ ମୁଖ୍ୟର ପୁଅ ଗିରଫ

0

ଶ୍ରୀନଗର : ହିଜିବୁଲ୍‍ ମୁଜାହିଦ୍ଦିନର ୨ ପ୍ରମୁଖ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇବା ପରେ ସଂଗଠନକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ସଂଗଠନର ମୁଖ୍ୟ ସୟିଦ୍‍ ସଲାହୁଦ୍ଦିନର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ଗିରଫ କରିଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କୁ ମିଳୁଥିବା ବିଦେଶୀ ଆର୍ଥିକ ସହାଯୋଗ ସମ୍ବନ୍ଧୀୟ ତଦନ୍ତ ବେଳେ ସଂସ୍ଥାକୁ ଏହି ସଫଳତା ମିଳିଛି। ସଲାହୁଦ୍ଦିନର ଦ୍ୱିତୀୟ ପୁତ୍ର ସକିଲକୁ ଏନ୍‍ଆଇଏ ଗୁରୁବାର ପୂର୍ବାହ୍ଣରେ ରାମଗଡ଼ସ୍ଥିତ ଏକ ବାସଭବନରୁ ଗିରଫ କରିଛି। ସକିଲ ସ୍କିମ୍‍ସ ସୌରାଠାରେ ଜଣେ ବରିଷ୍ଠ ଲ୍ୟାବ୍‍ ଟେକ୍ନିସିଆନ୍‍ ଭାବେ କାର୍ଯ୍ୟ କରେ। ରାଜ୍ୟରେ ସାମ୍ବିଧାନିକ ଧାରା ୩୫ଏର ସୁରକ୍ଷା ଦାବିରେ ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲ୍ଲୀ ଗିଲାନିଙ୍କ ଆହ୍ୱାନରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ବିଭିନ୍ନସ୍ଥାନରେ କଟକଣା ଲାଗୁ କରାଯାଇଛି। ଶୁକ୍ରବାର ମଧ୍ୟ ଏହି କଟକଣା ବଳବତ୍ତର ରହିବ।

Leave A Reply