ହିଜବୁଲ୍‍ ଆତଙ୍କବାଦୀ, ୪ ସହଯୋଗୀ ଗିରଫ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟ କୁପୱାଡା ଜିଲାରୁ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ଓ ତାର ୪ ସହଯୋଗୀକୁ ଗିରଫ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ସେନା, ସିଆରପିଏଫ ଓ ପୁଲିସର ମିଳିତ ଚଢଉରେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଗିରଫ ଆତଙ୍କବାଦୀ ଜଣଙ୍କ ହେଲା ପରଭେଜ ଅହମ୍ମଦ ଭଟ୍ଟ (୨୨)। ଗିରଫ ସହଯୋଗୀମାନେ ହେଲେ ଅଲତାଫ ଅହମ୍ମଦ ମିର (୩୫), ମହମ୍ମଦ କୋହଲି (୩୫), ନିଜାମ ଦିନ ଗୁଜ୍ଜର (୪୪) ଓ ଅବୁ କାୟୁମ୍‍ ଗୁଜର (୨୯)। ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ, ୯ଏମଏମ ଚାଇନା ନିର୍ମିତ ପିସ୍ତଲ, ଗୋଟିଏ ପିସ୍ତଲ, ଦୁଇଟି ମାଗାଜିନ, ୬୦ ରାଉଣ୍ଡ ଗୁଳି ରହିଛି।

Comments are closed.