ଡ଼ାକ୍ତର ହତବମ୍ବ: ମାତ୍ର ୬ ଦିନରେ କରୋନାରୁ ସୁସ୍ଥ ହେଲେ ଏଚ୍ଆଇଭି ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: ଉତ୍ତରପ୍ରଦେଶରେ ଏଚ୍‍ଆଇଭିରେ ସଂକ୍ରମିତ ଜଣେ ବ୍ୟକ୍ତି ମାତ୍ର ୬ ଦିନ ଭିତରେ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ୩୪ ବର୍ଷ ବୟସ୍କ ସେହି ବ୍ୟକ୍ତି ଜଣଙ୍କ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଲକ୍ଷ୍ନୌର କିଙ୍ଗ୍‍ ଜର୍ଜସ୍‍ ମେଡ଼ିକାଲ ୟୁନିଭରସିଟିରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ହସ୍ପିଟାଲ୍‍ର ଟ୍ରମା ସେଣ୍ଟରକୁ ଅଣାଯାଇଥିଲା ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଜଣାପଡ଼ିଥିଲା। ତାଙ୍କର ଚିକିତ୍ସା ସମୟରେ ସେ ଏଚ୍‍ଆଇଭି ଓ କୋଭିଡ୍‍ ନାଇଣ୍ଟିନ୍‍ରେ ସଂକ୍ରମିତ ଥିବାର ଡାକ୍ତରମାନଙ୍କୁ ଜଣାଇଥିଲେ।

କିଙ୍ଗ୍‍ ଜର୍ଜସ୍‍ ମେଡ଼ିକାଲ ୟୁନିଭରସିଟି ପ୍ରଫେସର ଏମ୍‍.ଏଲ୍‍.ବି. ଭଟ୍ଟ କହିଛନ୍ତି ବିଶ୍ୱବିଦ୍ୟାଳୟ ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ଏଚ୍‍ଆଇଭି ଓ କରୋନା ସଂକ୍ରମିତ ବ୍ୟକ୍ତି ମାତ୍ର ୬ ଦିନ ସମୟ ଭିତରେ କୋଭିଡ୍‍-୧୯ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ବିଶ୍ୱବିଦ୍ୟାଳୟର ଡାକ୍ତରମାନଙ୍କର ନୈତିକ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଛନ୍ତି।

Comments are closed.