ବୃଦ୍ଧି ପାଇଲା ହୀରାକୁଦର ଜଳସ୍ତର

ସମ୍ବଲପୁର:  ଲଗାଣ ବର୍ଷାରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ୬୧୭.୦୬ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧,୦୭,୪୦୦ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧୬,୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳ ଭଣ୍ଡାରରେ ୭୧ ହଜାର ୫୦୭ ଘନଫୁଟ ଜଳ ସବୁବେଳେ ମହଜୁଦ୍‍ ରହୁଥାଏ। ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଏହା ସାମ୍ଭବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ।

Comments are closed.