ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ଜଳସ୍ତର ମାତ୍ର ବିଜୁଳି ଉତ୍ପାଦନ ନାମକୁ ମାତ୍ର

ମାତ୍ର ତିନୋଟି ୟୁନିଟରେ ଚାଲିଛି ବିଜୁଳି ଉତ୍ପାଦନ

ବୁର୍ଲା : ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବିଜୁଳି ଉତ୍ପାଦନକୁ ମେସିନ ନବିକରଣ ବାହାନା ଗତ କିଛିବର୍ଷ ଧରି ଚାଲିଥିବା ବେଳେ କରାଯାଇ ବିଜୁଳି ଉତ୍ପାଦନ ନାମକୁ ମାତ୍ର ହୋଇ ରହିଯାଇଛି। ନବୀକରଣ ନାମରେ କୋଟି କୋଟି ଟଙ୍କା ଅପଚୟ ହେଉଛି ମାତ୍ର ଠିକାଦାରଙ୍କ କାମ ସରୁନି କି ବିଜୁଳି ଉତ୍ପାଦନ ବୃଦ୍ଧି ପାଉ ନାହିଁ। ରାଜସ୍ୱ କ୍ଷତି ଘଟିଚାଲିଛି ଉତ୍ପାଦନକୁ ତ୍ୱରାନ୍ନିତ କରି ରଖାଯିବାରେ। ବର୍ତ୍ତମାନ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ୨, ୩ ଏବଂ ୪ ନମ୍ବର ୟୁନିଟ କାର୍ଯ୍ୟକ୍ଷମ ରହିଛି। ଆଜି ଗୁରୁବାର ୮୫.୭୫୦ ମେଗା ୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଆଉ କିଛିଦିନ ପରାନ୍ତ ମୌସୁମୀ ଆଗମନ ପରିପେକ୍ଷିରେ ହୀରାକୁଦ ଜଳଭଣ୍ଡାର ପୁର୍ଣ୍ଣଗର୍ଭା ହେବାକୁ ଯାଉଥିବା ବେଳେ ବିଜୁଳି ଉତ୍ପାଦନ ତ୍ୱରାନ୍ନିତ ହୋଇ ରହିଥିବାକୁ ନେଇ ପ୍ରଶ୍ନ ଉଠୁଛି।

ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷାହେବା ତଥା ମୌସୁମୀ ଆଗମନ ତଥା ଲଘୁଚାପ ଜନିତ ବର୍ଷା ଫଳରେ ହୀରାକୁଦ ନଦୀବନ୍ଧର ଜଳସ୍ତର ବୃଦ୍ଧି ପାଇ ପାଇ ଚାଲିଛି। ଆଉ କିଛିଦିନ ଜୁନ ଏବଂ ଜୁଲାଇ ମାସରେ ହୀରାକୁଦ ଜଲଭଣ୍ଡାର ପୁର୍ଣ୍ଣଗର୍ଭା ହେବାକୁ ଯାଉଛି ଯାହାକି ପାଖାପାଖି ୬୩୦ ଫୁଟକୁ ପହଞ୍ଚିବ। ମାତ୍ର ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଯନ୍ତ୍ରୀ ମାନଙ୍କ କାର୍ଯ୍ୟକୁଶଳତା ଉତ୍ପାଦନ ମାତ୍ରାକୁ ତଳିତଳାନ୍ତ କରି ସାରିଲାଣି। ସେପଟେ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଚାରୋଟି ୟୁନିଟ ପ୍ରଥମ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୟୁନିଟ ନବିକରଣ କାମ ପ୍ରାୟ ୧୦୦ କୋଟି ଟଙ୍କାର ଅର୍ଥଶ୍ରାଦ୍ଧ କରି କରାଚାଲିଛି। ଗତ ପ୍ରାୟ ପାଞ୍ଚବର୍ଷରୁ ଊର୍ଦ୍ଧ୍ବ କାଳ ହେବ ନବୀକରଣ କାମ ଚାଲିଛି ଫଲଟ୍‍ ନାମରେ କମ୍ପାନି ଲୁଟିଚାଲିଛି କୋଟି କୋଟି ଟଙ୍କା ମାତ୍ର ଏହି କାର୍ଯ୍ୟ ସମାପ୍ତ ହେଉନାହିଁ। ଚଳିତ ମାସ ଗତ ୩ ତାରିଖରେ ୬୯.୨୦୮ ମେଗାୱାଟ, ୪ ତାରିଖରେ ୭୬.୯୧୭ ମେଗାୱାଟ, ୫ ତାରିଖରେ ୭୫.୫୪୨, ୬ ତାରିଖରେ ୭୮.୩୭୫ ମେଗାୱାଟ, ୭ ତାରିଖରେ ୭୮.୭୦୮ ମେଗାୱାଟ, ୮ ତାରିଖରେ ୬୯.୮୭୫ ମେଗାୱାଟ, ୯ ତାରିଖରେ ୭୯.୫୦୦ ମେଗାୱାଟ, ୧୦ ତାରିଖରେ ୭୫.୬୨୫ ମେଗାୱାଟ, ୧୧ ତାରିଖରେ ୮୫.୧୨୫ ମେଗାୱାଟ, ୧୨ ତାରିଖରେ ୬୯.୨୫୦ ମେଗାୱାଟ, ୧୩ ତାରିଖରେ ୮୫.୮୭୫ ମେଗାୱାଟ, ୧୪ ତାରିଖରେ ୮୮.୦୮୩ ମେଗାୱାଟ, ୧୫ ତାରିଖରେ ୮୪.୪୧୭ ମେଗାୱାଟ ଏବଂ ଆଜି ୮୧.୬୨୫ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି। ବର୍ତ୍ତମାନ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ୨, ୩ ଏବଂ ୪ ନମ୍ବର ୟୁନିଟ କାର୍ଯ୍ୟକ୍ଷମ ରହିଛି। ତେବେ ୪ ନମ୍ବର ୟୁନିଟରେ ଜର୍ମାନ ଟେକନୋଲୋଜି ରହିଥିବା ଏବଂ ସମସ୍ତ ଅଟୋମେଟିକ ରହିଥିବା ଫଳରେ କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ତାକୁ ସଜାଡ଼ିବା ପାଇଁ ଅନେକ ଅସୁବିଧା ହୋଇଥାଏ। ଏପରି ଭାବରେ ୪ ନମ୍ବର ୟୁନିଟ ଅଚଳ ହେବା ଦୃଷ୍ଟାନ୍ତ ମାନ ରହିଛି। ଏପରି ଭାବରେ ସର୍ବାଧିକ ଉତ୍ପାଦନ କ୍ଷମତାରୁ ତିନି ଭାଗରୁ ଭାଗେ ବିଜୁଳି ଉତ୍ପାଦନ କରି କାମଚଳା ଭାବରେ ବିଜୁଳି ଉତ୍ପାଦନ ବ୍ୟବସ୍ତା ଚାଲିଛି।

ସେପଟେ ଆଗକୁ ବିଜୁଳି ଉତ୍ପାଦନର ହ୍ରାସତା ବିଜୁଳି କାଟରେ ରୁପାନ୍ତରିତ ହେବ। ବିଜୁଳି ବିଭାଗ ମଧ୍ୟ ଉତ୍ପାଦନ ହ୍ରାସତାକୁ ବାହାନା କରି ଘଣ୍ଟା ଘଣ୍ଟା ଧରି ସକାଳ ସଂନ୍ଧ୍ୟାରେ ବିଜୁଳି କାଟ କରି ଉପଭୋକ୍ତା ମାନଙ୍କୁ ହଇରାଣ ହରକତ କରିବାକୁ ତିଳେମାତ୍ର ବିଳମ୍ବ କରିବ ନାହିଁ। ସର୍ବାଧିକ ଚାରୋଟି ୟୁନିଟ ଅଚଳତା ମଧ୍ୟରେ ଘାରି ହେଉଛି। ମାତ୍ର ତିନିଗୋଟିରେ ବିଜୁଳି ଉତ୍ପାଦନ ଚାଲିଛି। ବାହାନା ବାହାନାରେ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ତାର ଅସଲ ଲକ୍ଷରୁ ବିଚ୍ୟୁତ ହୋଇ ବାଟବଣା ହେବାକୁ ବସିଲାଣି। ସେପଟେ ଏହାକୁ ନେଇ ବୁର୍ଲ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ ହେଡ଼ ଦେବାଶିଷ ମିଶ୍ରଙ୍କୁ ଯୋଗାଯୋଗ କରାଯିବା ଫଳରେ ସମୁଦାୟ ତିନୋଟି ୟୁନିଟ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ୟୁନିଟ କାର୍ଯ୍ୟକ୍ଷମ ରହିଥିବା ସୁଚନା ଦେବା ସହିତ ପ୍ରାୟ ଚାରୋଟି ୟୁନିଟର ନବୀକରଣ କାମ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ସୁଚନା ଦେଇଛନ୍ତି।

Comments are closed.