ହୀରାକୁଦ: ମାତ୍ର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ  

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ରବିବାର ଦିନ ୩ଟା ସୁଦ୍ଧା ମାତ୍ର ଗୋଟିଏ ସ୍ଲୁଇସ ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ରବିବାର ଦିନ ୩ଟା ସୁଦ୍ଧା ୬୧୦.୨୫ ଫୁଟ୍ ଜଳ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫୫ ହଜାର ୦୦୬ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ  ୩୦ ହଜାର ୯୩୧ ଘନ ଫୁଟ୍ ସେକେଣ୍ଡ ପ୍ରତି ଜଳ ନିଷ୍କାସିତ ହେଉଛି।

ସୂଚନାଯୋଗ୍ୟ ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ସେହି ଦିନ ୨୦ଟି  ସ୍ଲୁଇସ ଗେଟ୍‍ ଖୋଲାଯାଇଥିବା ବେଳେ ପର୍ୟ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରି ଦିଆଯାଉଛି। ଆଜି ହୀରାକୁଦରୁ ମାତ୍ର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

Leave A Reply