ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା

ଵୁର୍ଲା: ହୀରାକୁଦ ଜଳଭଣ୍ଡାରରେ ଉଦଘାଟିତ ହୋଇଛି ଜଳକ୍ରୀଡ଼ା। ଉଦ୍‌ଘାଟନୀ ସମାରୋହରେ ଵାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅତିଥିଭାବେ ଯୋଗଦେଇ ଏହି ଜଳକ୍ରୀଡାର ଉଦଘାଟନ କରିଛନ୍ତି। ହୀରାକୁଦ ଇକୋ ରିଟ୍ରିଟର ଅଭୂତପୂର୍ବ ସଫଳତା ପରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ଥାୟୀ ଜଳକ୍ରୀଡା ବ୍ୟବସ୍ଥା ଵୁର୍ଲା ପଟ ହୀରାକୁଦ ଜଳଭଣ୍ଡାରର ଝାକରାଣୀ ପୀଠ ଅନତି ଦୂରତାରେ କରାଯାଇଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

ଅପରପକ୍ଷରେ ଦେବ୍ରିଗଡ ଅଭୟାରଣ୍ୟ ଯିବା ରାସ୍ତାରେ ଏହି ଜଳକ୍ରୀଡା ରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଏହି ଜଳକ୍ରୀଡାରେ ପର୍ଯ୍ୟଟକଙ୍କୁ କାୟକ, ୱାଟର ସ୍କୁଟର, ବନାନା, ଵଂପେର, ସ୍ପିଡ଼ ବୋଟ, ପାଡ଼ଲ ବୋଟ ଉପଭୋଗ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଥିଲା। ଏହାବ୍ୟତୀତ ଆସନ୍ତା ଅକ୍ଟୋବରରୁ ଏଠାରେ ପାରା ଗ୍ଲାଇଡିଙ୍ଗ ମଧ୍ୟ ଆରମ୍ଭ ହେବ ବୋଲି ପରିଚାଳନାକାରୀ ସଂସ୍ଥା ଅକେଲା ଆଡଭେଞ୍ଚର ପକ୍ଷରୁ କୁହାଯାଇଛି।

Comments are closed.