ହୀରାକୁଦ ଜଳସ୍ତର ୬୧୬ଫୁଟ ଟପିଲା

ହୀରାକୁଦ: ହୀରାକୁଦ ବନ୍ୟା ଜଳ ଆଜି ସନ୍ଧ୍ୟା ୮ ଟା ସୁଦ୍ଧା ୬୧୬.୦୨ ଫୁଟ ଅତିକ୍ରମ କରିଛି । ଗତବର୍ଷ ତୁଳନାରେ ଏହା ଏକ ରେକର୍ଡ଼ । ଗତବର୍ଷ ଏହି ସମୟରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତରଠାରୁ ଏହା ଅଧିକ । ସେଥିପାଇଁ ଆସନ୍ତା ୨୫ ତାରିଖରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ଛଡ଼ାଯିବ ।  ଏଥିଲାଗି  ହୀରାକୁଦ ଏବଂ ହୀରାକୁଦ ସହରର ଆଖପାଖ ସହ ହୀରାକୁଦ ବନ୍ଧ ର ତଳମୁଣ୍ଡ ରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ମୁଖ୍ୟ ବନ୍ଧ କର୍ତ୍ତୃପକ୍ଷ ତରଫରୁ ସତର୍କ ବାର୍ତା ପ୍ରଚାର କରାଯାଇଛି ।

Comments are closed.