ହୀରାକୁଦରେ ହ୍ରାସ ପାଉଛି ଜଳ ପତ୍ତନ : ୨୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଉଛି। ଆଜି ପର୍ଯ୍ୟାୟ କ୍ରମେ ୮ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ମୋଟ୍ ୨୪ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ହୀରାକୁଦ ନଦୀବନ୍ଧରେ ଗେଟ ବନ୍ଦ ହେବା ଫଳରେ ମହାନଦୀରେ ହୋଇଥିବା ବନ୍ୟାସ୍ତିତିରେ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ହୀରାକୁଦ ନଦୀବନ୍ଧର ୩୨ଟି ସ୍ଲୁଇସ ଗେଟ ଖୋଲା ଥିବା ବେଳେ ନଦୀବନ୍ଧର ଉପର ମୁଣ୍ଡରୁ ଜଳ ପ୍ରବାହ କମିଥିବାରୁ ୮ଟି ଗେଟକୁ ପର୍ଯ୍ୟାୟକ୍ରମରେ ବନ୍ଦ କରା ଯାଇଛି। ବର୍ତ୍ତମାନ ମୋଟ ୨୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୨୫.୯୧ ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ନଦୀବନ୍ଧ ମଧ୍ୟକୁ ୩,୬୨,୮୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୪ଟି ଗେଟ ଜରିଆରେ ୫,୨୮,୦୬୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଜଳ ପ୍ରବାହ କମିଲେ ପର୍ଯ୍ୟାୟ କ୍ରମେ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।

Comments are closed.