ହୀରାକୁଦ : ବନ୍ଦ ହେଲା ଆଉ ୪ ଗେଟ୍, ୩୬ଟି ଗେଟ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଉଛି। ଏବେ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ସୋମବାର ସକାଳ ୭ଟା ସୁଦ୍ଧା ୬୨୭.୨୯ ଫୁଟ୍ ରହିଛି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୯୪ ହଜାର ୦୯୪ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬ଲକ୍ଷ ୬୫ହଜାର ୬୨୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ମୋଟ ୩୬ଟି ସ୍ଲୁଇସ  ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ୪୩ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ରାତିରେ ୪୦ଟି ସ୍ଲୁଇସ  ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିଲା।  ସୋମବାର ସକାଳୁ ଆଉ ୪ଟି ଗେଟ ବନ୍ଦ କରାଯାଇ ୩୬ଟି ସ୍ଲୁଇସ  ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

Comments are closed.