ଡରାଉଛି ହୀରାକୁଦ; ୬୧୬.୬୦ ଫୁଟ୍‌ ରହିଛି ଜଳସ୍ତର

ସମ୍ବଲପୁର:  ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳସ୍ତର ବଢ଼ିବାରେୀ ଲାଗିଛି । ଫଳ​‌ରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୬୦ ଫୁଟ୍‌ ରହିଛି ବୋଲି କୁହାଯାଇଛି । ତାହା ସହ ହୀରାକୁଦ ଡ୍ୟାମକୁ ୫,୭୯,୬୮୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୫,୬୦,୬୧୪ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସନ ହେଉଥିବା ସୂଚନା ଦିଆଯାଛି ।  ଅନ୍ୟପକ୍ଷରେ ବ୍ରାହ୍ମଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।

ଭଦ୍ରକର ଆଖୁଆପଦାରେ ବୈତରଣୀ ଓ ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିଭଳି ସୁବର୍ଣ୍ଣରେଖା, ଇବ୍‌, ଦେବୀ ଆଦି ନଦୀର ଜଳସ୍ତର ବଢୁଥିବାବେଳେ ଋଷିକୁଲ୍ୟା ଓ ବଂଶଧାରା ନଦୀଜଳ ଖସୁଛି।ହୀରାକୁଦ ବନ୍ୟାଜଳ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ପ୍ରବେଶ କରି ବନ୍ୟା ଆଶଙ୍କା ବଢାଇଥିବାରୁ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢିଯାଇଛି। ମହାନଦୀରେ ଅଧିକରୁ ଅଧିକ ପାଣି ଆସିବା ଫଳରେ ସମ୍ବଲପୁର-ସୋନପୁର ରାସ୍ତାର ଗୁଣ୍ଡେରପୁରର ମାଳତୀ ଯୋର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶହ ଶହ ବସ୍ ଓ ଭାରୀଯାନ ଚଳାଚଳ ଉଭୟ ପଟେ ଅଟକି ରହିଛନ୍ତି।

Comments are closed.