ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍ : ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ:ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢ଼ିଛି। ଏଥିସହ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୨ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଏବେ ଜଳ ପତନ ୬୨୯.୧୫ ରହିଛି। ଡ୍ୟାମ୍ ଭିତରେ ପ୍ରବେଶ କରୁଛି ୧ ଲକ୍ଷ ୮୫ ହଜାର ୨୯ କ୍ୟୁସେକ୍ ଜଳ। ସେହିଭଳି ଡ୍ୟାମରୁ ୧ଲକ୍ଷ ୬୬ ହଜାର ୨୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।