ହୀରାକୁଦରେ ଖୋଲିଲା ୧୮ ଫାଟକ, ଜଳସ୍ତର ୬୧୬ ଫୁଟ

ହୀରାକୁଦ: ସୋମବାର ସନ୍ଧ୍ୟା ୬ଟା ସମୟରେ ହୀରାକୁଦ ବନ୍ଧର ୧୮ଟି ଫାଟକ ଦେଇ ଜଳ ନିଷ୍କାସନ ହେଉଥିବା ମୁଖ୍ୟବନ୍ଧ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ସମୟରେ ଜଳସ୍ତର ୬୧୬.୦୬ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୨୩ ହଜାର ୧୩୧ ଘନଫୁଟ (କ୍ୟୁସେକ) ଜଳପ୍ରବେଶ କରୁଥିବାବେଳେ ୧୮ଟି ଫାଟକ, ପାୱାର ଚେନାଲ ଓ କେନାଲ ସହ ଶିଳ୍ପକୁ ୨ ଲକ୍ଷ ୬୧ ହଜାର ୧୬୩ ଘନଫୁଟ ଜଳ ନିଷ୍କାସିତ ହେଉଛି। ଡ୍ୟାମର ବାମ ପାର୍ଶ୍ବର ୧୨ଟି ଫାଟକ ଖୋଲାଥିବା ବେଳେ ଡାହାଣ ପାର୍ଶ୍ବର ୬ଟି ଫାଟକ ଖୋଲା ରହିଥିବା ଜଣାପଡ଼ିଛି। ସୋମବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୨୫.୩୫ ମିଲିମିଟର ବର୍ଷା ହୋଇଥିବାବେଳେ ତଳମୁଣ୍ଡରେ ୮.୦୮ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।

Comments are closed.