ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ହୀରାକୁଦ ମୁଖ୍ୟବନ୍ଧ ବିଭାଗର ଅନିୟମିତତା

ବୁର୍ଲା:ସର୍ବପୁରାତନ ହୀରାକୁଦ ନଦୀବନ୍ଧ ୧୯୫୭ ମସିହାରୁ କାର୍ଯ୍ୟକ୍ଷମ ହେବା ପରେ ବିଶେଷକରି ବିଜୁଳି ଉତ୍ପାଦନ ଏବଂ ଚାଷକାମ ଲକ୍ଷକୁ ନେଇ ନିର୍ମାଣ କରାଯାଇଥିଲା। ମାତ୍ର ବିଜୁଳି ଉତ୍ପାଦନ ନାମକୁ ମାତ୍ର ଅଧିକା ମାତ୍ର ଶିଳ୍ପ ସଂସ୍ଥା କାମରେ ବିଶେଷ ଭାବରେ କାମରେ ଆସୁଛି। ଏହା ସହିତ ହୀରାକୁଦ ନଦୀବନ୍ଧ କେବଳ ଠିକାଦାର ପୋଷା ମଧ୍ୟରେ ସୀମିତ ହୋଇ ରହିଯାଇଛି। ସେପଟେ ଜଳଭଣ୍ଡାରରୁ ବେଆଇନ ଭାବରେ ମାଛମରା ଯିବା ଏବଂ ଏପରିକି ଏକ ସ୍ୱତନ୍ତ୍ର ଫାଟକକୁ ମାଛମରା ବ୍ୟବହାରେ ଖୋଲାଯିବା ପ୍ରସଙ୍ଗକୁ ଅଣଦେଖା କରଯାଇ ନ ପାରେ।

ବିଡ଼ମ୍ବନାର ବିଷୟ ହେଲା ଆଜି ବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ମାତ୍ର ପ୍ରଥମଥର କୌଣସି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ନ ଥିଲେ ।  ମୁଖ୍ୟବନ୍ଧ ବିଭାଗରେ ରହିଥିବା ଅନିୟମିତତାର ଗୁମୁର ଫିଟିବା ଏବଂ ଭିତିରି ସଲାସୁତରାର କୌଣସି ସୁରାକ ଯେପରି ଭାବରେ ଲୋକଲୋଚନକୁ ଆସି ନ ପାରିବ ଏହାଦିଗରେ ମୁଖ୍ୟବନ୍ଧ କର୍ତ୍ତୁପକ୍ଷ ପ୍ରାଣପଣେ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ସୁଚନା ଥାଉକି ମୁଖ୍ୟବନ୍ଧ ବିଭାଗର ଅନିୟମିତା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଠିକାଦାର ପୋଷାଯିବା ବ୍ୟବସ୍ତା ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ବେସ ଯତ୍ନଶୀଳ। ବିନା କର୍ମଚାରୀରେ ହୀରାକୁଦ ବନ୍ଧ ପରିଚାଳନା କରି ବନ୍ଧକୁ ବିପଦାବସ୍ତାକୁ ଠେଲି ଦିଆଯିବା ଏବଂ ବନ୍ଧ ରକ୍ଷଣବେକ୍ଷଣ ବାହାନାରେ ସିଭିଲ ବିଭାଗର ଯନ୍ତ୍ରୀଙ୍କୁ ବ୍ୟବସ୍ଥିତ କରିବା ପରି କାର୍ଯ୍ୟ ଖୁଲ୍ଲମଖୁଲ୍ଲା ମୁଖ୍ୟବନ୍ଧ ବିଭାଗରେ ଚାଲିଛି। ଠିକାଦାରଙ୍କ ମାଧ୍ୟମରେ ସରକାରୀ ଟଙ୍କା ଚଳୁ କରିଦିଆ ଯାଉଥିବା ଅନେକ ଦୃଷ୍ଟାନ୍ତ ରହିଛି। ସେପଟେ ପୁଣି ବନ୍ଧ ମଧ୍ୟରୁ ବେଆଇନ ଭାବରେ ମାଛମରା ଯିବା ଘଟଣା ପ୍ରାୟତଃ ସମସ୍ତଙ୍କୁ ଜଣା।

ବର୍ଷ ବର୍ଷ କାଳ ହେବ ଜଳଭଣ୍ଡାରର ଲକ୍ଷ ଲକ୍ଷ ଟଙ୍କାର ମାଛ ମରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ପୁଣି କର୍ମଚାରୀଙ୍କ ସମ୍ପର୍କିୟଙ୍କୁ ଠିକାଦାର ଭାବରେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରିବାର ବାଟ ମଧ୍ୟ ଦେଖାଇ ଚାଲିଛନ୍ତି ବନ୍ଧ କର୍ତୁପକ୍ଷ ।  ଏଭଳି ଘଟଣାକୁ ନେଇ ବେସ ବନ୍ଧ କର୍ତ୍ତୃପକ୍ଷ ଚର୍ଚ୍ଚାର ପରିସର ଭୁକ୍ତ ହୋଇଚାଲିଛନ୍ତି। ହୀରାକୁଦ ରଜର୍ଭରରୁ ବେଆଇନ ଭାବରେ ମାଛ ମାରିବା ପାଇଁ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ସମୟରେ ଏକ ସ୍ୱତନ୍ତ୍ର ସ୍ତାନରେ ଜାଲ ଲଗାଯାଇ ମାଛ ମରା ଚାଲି ଆସୁଛି। ଏପରିକି ଠିକ ଫାଟକର ପାଣି ଯାଉଥିବା ଏକ ନାଳାରେ ଏକ ବିଶାଳ ଜାଲ ଲଗାଇ ଦେଇ ଦିଆଯାଇ ଥାଏ।  ପୂର୍ବରୁ ମାଛମାରିବା ପାଇଁ ସଦାସର୍ବଦା ଏକ ସ୍ୱତନ୍ତ୍ର ସ୍ଲୁଇସ ଫାଟକ ୪୩ ନମ୍ବର ଫାଟକ ଖୋଲାଯାଉଥିବା ଜଣାପଡ଼ିଥିଲା। ତାକୁ ଖୋଲିବା ପାଇଁ ବନ୍ଧ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବା ସହିତ ରାତ୍ରି ସମୟରେ ଉକ୍ତ ଫାଟକକୁ ଖୋଲାଯିବା ପାଇଁ ସଲାସୁତରା ଚାଲିଥିବା ଶୁଣିବାକୁ ମିଳୁଛି। ସେପଟେ ପୁଣି ଏହି ୪୩ ନମ୍ବର ଫାଟକର ନିକଟ ୪୫ ଏବଂ ୪୬ ନମ୍ବର ଫାଟକକୁ ଖୋଲାଯାଇଛି ଏହାର ବିଶାଳ ଜଳରାଶି ମଧ୍ୟ ଉକ୍ତ ନାଳାକୁ ଯାଇଥାଏ। ତେଣୁ ଏପରି ଅନିୟମିତତାର ଗୁମର ଫିଟିବା ସମ୍ଭାବନା ରହିଥିବା ପରିପେକ୍ଷିରେ ମୁଖ୍ୟବନ୍ଧ କର୍ତ୍ତୃକ୍ଷ ବନ୍ଧସୁରକ୍ଷାରେ ନିୟୋଜିତ ଓଆଇଏସଏଫ୍ ସୁରକ୍ଷା ବ୍ୟବସ୍ତାକୁ ଉପଯୋଗରେ ଆଣି ଢ଼ାଲ ଭାବରେ ବ୍ୟବହାର କରାଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ତେଣୁ ଚଳିତ ବର୍ଷ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉକ୍ତ ବନ୍ଧାଞ୍ଚଳକୁ ଯିବାଆସିବା କରିବା ଉପରେ ବିଶେଷ କଟକଣା ରଖାଯାଇଥିବା ଦେଖିବାକୁ ମିଳିଛି। ସେପଟେ ଅନ୍ୟ ଏକ ପ୍ରସଙ୍ଗ ହେଉଛି ଦିର୍ଘବର୍ଷ କାଳ ହେବ ବନ୍ଧ ସୁରକ୍ଷା ପାଇଁ ସମସ୍ତ ସ୍ତାନରେ ସିସିଟିଭି ଲଗାଯିବା ପାଇଁ ବନ୍ଧ କର୍ତ୍ତୃପକ୍ଷଙ୍କ ଉଦାସୀନତା ଭାବ କାହିଁକି ପ୍ରଦର୍ଶନ କରୁଛନ୍ତି ତାକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ  ସଚେତନ ମହଲରେ ଉଙ୍କି ମାରୁଛି।

Comments are closed.