ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରହିଛି ୬୨୧.୫୬ ଫୁଟ, ଖୋଲିଲା ଆଉ ୪ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲାଗଲା। ଏବେ ମୋଟ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ହୀରାକୁଦରେ ଯେତିକି ପାଣି ପଶୁଛି, ତା’ର ଅଧା ନିଷ୍କାସନ ହେଉଛି। ଏବେ ହୀରାକୁଦକୁ ୫ଲକ୍ଷ ୨୪ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ହୀରାକୁଦରୁ ନିଷ୍କାସନ ହେଉଛି ୨ଲକ୍ଷ ୪୮ହଜାର କ୍ୟୁସେକ୍‌ ଜଳ। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରହିଛି ୬୨୧.୫୬ ଫୁଟ ଜଳ। ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ଇବା ଆଶଙ୍କା ରହିଥିବାବେଳେ ହୀରାକୁଦ ତଳମୁଣ୍ଡରେ ବି ପ୍ରବଳ ମାତ୍ରାରେ ଜଳ ପ୍ରବାହ ଜାରି ରହିଛି। ପାର୍ଥଲାରେ ୧.୬୩ଲକ୍ଷ, ଖୈର୍‌ମାଲ୍‌ରେ ୫.୦୨ଲକ୍ଷ, ବରମୂଳରେ ୬.୮୩ଲକ୍ଷ, ମୁଣ୍ଡଳିରେ ୭.୬୦ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ। ହୀରାକୁଦ ପାଣି ତଳମୁଣ୍ଡରେ ମିଶିଲେ ମହାନଦୀ ଫୁଲିବା ଆଶଙ୍କା ରହିଛି।

Comments are closed.