ହୀରାକୁଦ ଡ୍ୟାମ ଜଳସ୍ତର ୬୨୪.୨୫ଫୁଟ୍ : ବନ୍ଦ ହେଲା ଆଉ ୩ଟି ଗେଟ୍

ହୀରାକୁଦ : ହୀରାକୁଦ ଡ୍ୟାମ୍ ର ଜଳସ୍ତର ଗୁରୁବାର ସକାଳ ସୁଦ୍ଧା ୬୨୪.୨୫ଫୁଟ୍ ରହିଛି । ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି । ତେଣୁ ଗୁରୁବାର ଡ୍ୟାମ୍ କର୍ତ୍ତୃପକ୍ଷ ଜଳ ଭଣ୍ଡାରର ଖୋଲାଥିବା ୧୯ଟି ଗେଟ୍‌ରୁ ଆଉ ୩ଟି ଗେଟକୁ ବନ୍ଦ କରିଦେଇଛନ୍ତି । ଫଳରେ  ଏବେ ୧୬ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଡ଼୍ୟାମକୁ ପ୍ରବେଶ କରୁଛି ୨ଲକ୍ଷ ୭୮ ହଜାର ୩୫୪ କ୍ୟୁସେକ୍ ଜଳ।

Comments
Loading...