୧୮ଟି ଗେଟ୍‍ ଦେଇ ହୀରାକୁଦରୁ ହେଉଛି ଜଳ ନିଷ୍କାସନ

ହୀରାକୁଦ: ରାଜ୍ୟରେ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅତ୍ୟଧିକ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ହୀରାକୁଦ ଡ଼୍ୟାମର ୧୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରେ ୧୨ଟି ଓ ଡ଼ାହାଣ ପାର୍ଶ୍ବରେ ୬ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଜାରୀ ରହିଛି।

ପ୍ରତି ସେକେଣ୍ଡରେ ଡ୍ୟାମ୍‍ ମଧ୍ୟକୁ ୨ ଲକ୍ଷ ୮୯ ହଜାର ୫୮୨ ଘନଫୁଟ୍‍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍‍ ମଧ୍ୟରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୨ ହଜାର ୯୫୦ ଘନଫୁଟ୍‍ ଜଳ ନିଷ୍କାସିତ ହେଉଛି। ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‍ ରହିଥିବା ବେଳେ ଏବେ ଜଳସ୍ତର ୬୧୫.୯୫ ଫୁଟ୍‍ ରହିଛି।

ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରୁ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ୨୦ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଜାରୀ ରହିଥିବା ବେଳେ ଆଜି ୨ଟି ଗେଟ ବନ୍ଦ କରାଯାଇଥିବା ଜଣାପଡିଛି।

Comments are closed.