ହୀରାକୁଦ ଡ୍ୟାମର ୧୦ ଗେଟ୍ ଖୋଲା

ହୀରାକୁଦ: ବୁଧବାର ସନ୍ଧ୍ୟା ୬ଟା ସମୟରେ ହୀରାକୁଦ ଡ୍ୟାମରୁ ୧୦ଟି ଗେଟ ଦେଇ ବର୍ଷାଜଳ ନିଷ୍କାସନ କରାଯାଉଥିବା ମୁଖ୍ୟବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଏହି ସମୟରେ ଡ୍ୟାମର ଜଳସ୍ତର ୬୦୦.୬୫ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୭ ହଜାର ୧୩୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୧୦ଟି ଗେଟ ଓ ପାୱାର ଚ୍ୟାନେଲ, କେନାଲ ଦେଇ ୧ ଲକ୍ଷ ୫୪ ହଜାର ୬୩୭ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ଡ୍ୟାମର ବାମପଟର ୭ଟି ଓ ଡାହାଣ ପଟର ୩ଟି ଗେଟ ଖୋଲା ରହିଛି। ବୁଧବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୦.୮୫ ମିଲିମିଟର ବର୍ଷା ହୋଇଥିବାବେଳେ ତଳମୁଣ୍ଡରେ ୦.୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comments are closed.