ବୃଦ୍ଧି ପାଉଛି ଜଳସ୍ତର ; ଖୋଲିଲା ହୀରାକୁଦର ୧୬ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଗୁରୁବାର ଦିନ ୨ଟା ସୁଦ୍ଧା ପର୍ୟ୍ୟାୟ କ୍ରମେ ୧୬ଟି ସ୍ଲୁଇସ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବାମ ପଟର ୧୦ଟି ଏବଂ ଦକ୍ଷିଣ ପଟର ୬ଟି ଗେଟ୍ ଖୋଲା ଯାଇଛି।
ଆଜି ଦିନ ୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୨.୦୪ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨,୫୩,୧୬୮ କ୍ୟୁସେକ ଜଳ ପ୍ରବେଶ କରୁଛି।
ସୂଚନା ଯୋଗ୍ୟ ବୁଧବାର ସାଂକେତିକ ଭାବେ ଗୋଟିଏ ଗେଟ ଖୋଲାଯାଇ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପରେ ଦିନ ୨ଟାରେ ଗେଟ୍ ବନ୍ଦ କରିଦିଆଯାଇଥିଲା।

Comments are closed.