ହୀରାକୁଦ : ୨ଟି ସ୍ଲୁଇସ ଗେଟ୍‍ ଦେଇ ଜଳ ନିଷ୍କାସନ

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୨ଟି ସ୍ଲୁଇସ ଗେଟ୍‍ ଦେଇ ଜଳ ନିଷ୍କାସିତ ହେଉଛି ଓ ଅନ୍ୟ ୩ଟି ଗୋଟ୍ କୁ ବନ୍ଦ କରି ଦିଆଯାଇଛି । ବାମ ପଟର ଗୋଟିଏ  ଓ ଡାହାଣ ପଟର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୦.୦୪ ଫୁଟ ରହିଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫୯ ହଜାର ୭୫୪ ଘନ ଫୁଟ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪୬ ହଜାର ୦୭୯ ଘନ ଫୁଟ ଜଳ ନିଷ୍କାସିତ ହେଉଛି। ଏଥିପାଇଁ ୨ଟି ସ୍ଲୁଇସ ଗେଟ୍‍ ଖୋଲାଯାଇଛି।

ସୂଚନାଯୋଗ୍ୟ ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ସେହି ଦିନ ୨୦ଟି ଗେଟ୍‍ ସ୍ଲୁଇସ ଗେଟ୍‍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ବନ୍ଦ କରାଯାଉଛି।

 

Leave A Reply