ସାମାନ୍ୟ ହ୍ରାସ ପରେ ପୁଣି ବଢିଲା ହୀରାକୁଦର ଜଳସ୍ତର : ଖୋଲିଲା ୧୬ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର କିଛିଦିନ ହେବ ୬୩୦ ଫୁଟ୍ ବା ସର୍ବୋଚ୍ଚ ସ୍ତରରେ ରହିଛି । ତେବେ ରବିବାର ଦିନ ଜଳଭଣ୍ଡାର ଜଳସ୍ତରରେ ସାମାନ୍ୟ ହ୍ରାସ ଘଟି ୬୨୯.୯୫ ଫୁଟ୍ ଥିବା ବେଳେ ରାତିରେ ଏହା ପୁଣି ବୃଦ୍ଧି ପାଇଛି। ରବିବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ବା ୬୩୦ ଫୁଟ୍ ରେ ପହଞ୍ଚିଛି । ଜଳଭଣ୍ଡାରର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୧୬ଟି ଗେଟ୍ ଖୋଲା ଯାଇଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨,୭୫,୦୧୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି ।

ଶୁକ୍ରବାର ଜଳଭଣ୍ଡାରର ୧୦ଟି ଗେଟ୍ ଖୋଲା ଯାଇଥିଲା ବେଳେ ଶନିବାର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ତେବେ ରବିବାର ବାମ ପଟର ୧୧ଟି ଓ ଡାହାଣ ପଟର ୫ଟି ମୋଟ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

Comments are closed.