ହିଞ୍ଜିିଳିକାଟୁ ଆଇଟିଆଇ ରାଜ୍ୟର ଦ୍ୱିତୀୟ ଶ୍ରେଷ୍ଠ ପ୍ରତିଷ୍ଠାନ

ଗଞ୍ଜାମ ଜିଲ୍ଲା ହିଞ୍ଜିିଳିକାଟୁ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ (ଆଇଟିଆଇ) ରାଜ୍ୟର ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ହିଞ୍ଜିିଳିକାଟୁ ସରକାରୀ ଆଇଟିଆଇକୁ ଜାତୀୟ ସ୍ତରରେ ଏହି ସ୍ୱୀକୃତି ମିଳିଛି। ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗରୁ ବିଚାର କରି ଦେଶର ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ହିଞ୍ଜିିଳିକାଟୁ ସରକାରୀ ଆଇଟିଆଇକୁ ୧୫ ତମ ସ୍ଥାନ ମିଳିଛି। ବ୍ରହ୍ମପୁର ପରେ ରାଜ୍ୟର ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନରେ ରହିଛି ଏହି ଶିଳ୍ପ ତାଲିମ୍ ପ୍ରତିଷ୍ଠାନ।

ଏହି ତାଲିକାରେ ଓଡ଼ିଶାର ୧୧ଟି ଆଇଟିଆଇ ସ୍ଥାନିତ ହୋଇଛି। ମାତ୍ର ୬ ବର୍ଷ ତଳେ ଏହି ସରକାରୀ ଆଇଟିଆଇ ନିଜସ୍ୱ କୋଠା ହିିଞ୍ଜିଳିକାଟୁ ବ୍ଲକର ପୋଚିଲିମାକୁ ସ୍ଥାନାନ୍ତରିତ ହୋଇଥିଲା। ଏହି ସଫଳତା ପରେ ଆଇଟିଆଇର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି।

Comments are closed.