ହିଂଜିଳି ଗୋଷ୍ଠି ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

0

ହିଜିଂଳି : ଗଞ୍ଜାମ ଜିଲା ହିଂଜିଳି ଥାନା ଅର୍ନ୍ତଗତ ବ୍ରାହ୍ମଣଛାଇ ଗ୍ରାମରେ ଗୋଷ୍ଠି ସଂଘର୍ଷ ହୋଇଥିବା ଅଭିିଯୋଗ ହୋଇଛି। ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ ଦ୍ୱାରା ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ବୁଲୁ ପ୍ରଧାନ ହୋଇଥିବାବେଳେ ବନା ନାହାକ ଗୁରୁତର ହୋଇଥିବା ଜଣାପଡିଛି। ଦୁଇ ଜଣଙ୍କୁ ପ୍ରଥମେ ହିଂଜିଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଂକଣ୍ଟାପର୍ଣ୍ଣ ଥିବାରୁ ବ୍ରହ୍ମପୁର ଏମ୍‍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବ ପଞ୍ଚାୟତ ନିର୍ବାଚନରେ ହୋଇଥିବା ଗଣ୍ଡଗୋଳ ଓ ହତ୍ୟାକାଣ୍ଡକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି।

Leave A Reply