ବାଲି ଚୋରା ଚାଲାଣକୁ ନେଇ ୨ଟି ଟ୍ରାକ୍ଟର, ୩ଟି ଟ୍ରକ ଓ ୨ଟି ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ହିଞ୍ଜିଳି: ଗଞ୍ଜାମ ଜିଲାର ହିଞ୍ଜିଳି ଥାନା ଅନ୍ତର୍ଗତକୋଳିଦାଶପୁରରେ ବାଲି ଚୋରା ଚାଲାଣକୁ ନେଇ ୨ଟି ଟ୍ରାକ୍ଟର, ୩ଟି ଟ୍ରକ ଓ ୨ଟି ବାଇକ୍‌  ଦୁର୍ବୃତ୍ତମାନେ ଜାଳିଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ପାଖରେ ଥିବା ଋଷିକୂଲ୍ୟା ନଦୀରୁ କେତେକ ଲୋକ ନିଜର ଟ୍ରକ୍ ଓ ଟ୍ରାକ୍ଟର ଜରିଆରେ ବାଲି ଚୋରା ଚାଲାଣ କରୁଥିଲେ। ଏନେଇ ଖବର ପାଇବା ମାତ୍ରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବିନା ଅନୁମତିରେ ବାଲି ଚୋରା ଚାଲାଣ କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଲୋକେ ଘଟଣାସ୍ଥଳରେ ଥିବା ୩ଟି ଟ୍ରକ୍, ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍ ପୋଡ଼ିଥିଲେ। ଖବର ପାଇ ଆଜି ପୂର୍ବାହ୍ନରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.