ସ୍ବାସ୍ଥ୍ୟ ପାଇଁ ହେଙ୍ଗୁର ବ୍ୟବହାର

0

ହେଙ୍ଗୁ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ଏହାର ବାସ୍ନା ମଧ୍ୟ ଖୁବ ଭଲ। ଏହାକୁ ଖାଦ୍ୟର ସ୍ବାଦର ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ହେଙ୍ଗୁରେ ପ୍ରୋଟିନ, ଫାଇବର, ଆଇରନ, ନିୟାସିନ ଓ ରାଇବୋଫ୍ଲୋବିନ ପରି ଅନେକ ତତ୍ତ୍ବ ରହିଛି। ଏହାସହ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ହେଙ୍ଗୁ ପ୍ରାକୃତିକ ରୂପେ ଶରୀରରେ ହେଉଥିବା ଦରଜରୁ ମୁକ୍ତି ଦେଇଥାଏ। ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଘରୋଇ ଉପାୟରେ ମଧ୍ୟ ହେଙ୍ଗୁର ବ୍ୟବହାର କରି ସ୍ବାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ ହେଙ୍ଗୁର ବ୍ୟବହାର ସମ୍ବନ୍ଧରେ ..

ପେଟ ସମସ୍ୟାରୁ ରକ୍ଷା :

ପେଟ ସମ୍ବନ୍ଧୀୟ କୌଣସି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଙ୍ଗୁ ବ୍ୟବହାର କରିବା ଉଚିତ। ପେଟରେ ଦରଜ ଅନୁଭବ ହେଲେ ହେଙ୍ଗୁ ସେବନ କରନ୍ତୁ। ହେଙ୍ଗୁରେ ଥିବା ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ଏଥିରୁ ସଙ୍ଗେ ସଙ୍ଗେ ମୁକ୍ତି ଦେଇଥାଏ। ଗୋଟିଏ କପ ପାଣିରେ ଏକ ଚିମୁଟା ହେଙ୍ଗୁ ମିଶାଇ ଅଧ ଘଣ୍ଟା ପରେ ପିଇବା ଦ୍ବାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।

କାଶ, କଫରୁ ମୁକ୍ତି ଦିଏ :

ହେଙ୍ଗୁରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଥିବାରୁ ତାହାର ସେବନ ଦ୍ବାରା କାଶ, କଫରୁ ମୁକ୍ତି ମିଳିଥାଏ। ହେଙ୍ଗୁର ପେଷ୍ଟ ପ୍ରସ୍ତୁତ କରି ଛାତିରେ ଲଗାଇବା ଦ୍ବାରା କଫ ସମସ୍ୟାରୁ ଶୀଘ୍ର ଉପଶମ ମିଳିଥାଏ।

ମୁଣ୍ଡ ବିନ୍ଧାରୁ ରକ୍ଷା :

ହେଙ୍ଗୁରେ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହାର ବ୍ୟବହାର ଦ୍ବାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ। ଏକ କପ ପାଣିରେ ଅଧା ଚାମଚ ହେଙ୍ଗୁ ପକାଇ ୧୫ମିନିଟ ଫୁଟାଇ ଦିଅନ୍ତୁ। ତାକୁ ଥଣ୍ଡା କରି ଛାଣି ଦିଅନ୍ତୁ। ତାପରେ ତାକୁ ପିଅନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ।

ଦାନ୍ତ ବିନ୍ଧାରୁ ମୁକ୍ତି :

ହେଙ୍ଗୁରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହାର ବ୍ୟବହାର ଦ୍ବାରା ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ। ଏହାସହ ଦାନ୍ତ ମାଢି ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ପାଣିରେ ହେଙ୍ଗୁ ଓ କିଛି ଲବଙ୍ଗ ମିଶାଇ ଫୁଟାଇ ଦିଅନ୍ତୁ। ସେହି ପାଣିରେ କୁଳୁ କରନ୍ତୁ।

 

Leave A Reply